Spread the love

ନୂଆଦିଲ୍ଲୀ : ଗୋଟିଏ ଦିନରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାଧିକ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ହଜାର ଟପିଛି । ସେପ୍ଟେମ୍ବର ୫ ତାରିଖର କରାଯାଇଥିବା ଦେଶ ବ୍ୟାପୀ କୋଭିଡ଼-୧୯ପରୀକ୍ଷାରେ ଦେଶରେ ୯୦ହଜାର ୬୩୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ଲକ୍ଷ ୧୩ହଜାର ୮୧୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ୭୦ହଜାର ୬୨୬ଜଣଙ୍କର ମୃତ୍ୟୁ ହୋଇଛି । ଭାରତ ଏବେ ବ୍ରାଜିଲକୁ ସଂକ୍ରମିତଙ୍କ ସଂଖ୍ୟାରେ ପଛରେ ପକାଇ ବିଶ୍ୱରେ ଦ୍ୱିତୀୟ ବୃହତ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି ।

LEAVE A REPLY

Please enter your comment!
Please enter your name here