1212606617
Spread the love

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୮୧୦ଜଣ କରୋନା ସଂକ୍ରମଣରେ ପୀଡ଼ିତ ହୋଇଛନ୍ତି । ଫଳରେ ସଂକ୍ରମଣଙ୍କ ସଂଖ୍ୟା ୧ଲକ୍ଷ ୨୪ହଜାର ୩୧କୁ ବୃଦ୍ଧି ପାଇଛି । ତେବେ ସୁସ୍ଥଙ୍କ ସଂଖ୍ୟା ୯୩୭୭୪ ରହିଥିବା ବେଳେ ଏବେ ବିଭିନ୍ନ ମେଡ଼ିକାଲ ଓ ଘରୋଇ ସଙ୍ଗରୋଧରେ ୨୯୬୫୮ଜଣ ରହି ଚିକିତ୍ସିତ ହେଉଛନ୍ତି । ଆଜି ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅନୁଗୁଳରୁ ୭୩ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୩୯୬ଜଣ ଭଦ୍ରକରୁ ୧୦୭, ବଲାଙ୍ଗିରିରୁ ୪୩ , ବୌଧରୁ ୨୯ରୁ , କଟକରୁ ୩୨୨, ଦେଓଗଡ଼ରୁ ୭, ଢେ଼ଙ୍କାନାଳରୁ ୫୧ଜଣ, ଗଜପତିରୁ ୨୦, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୬୭,ଯାଜପୁରରୁ ୨୫୨, ଝାରସୁଗୁଡାରୁ ୧୯୨, କଳାହାଣ୍ଡିରୁ ୧୦୩, କେନ୍ଦୁଝରରୁ ୮୪, ଖୋର୍ଦ୍ଧାରୁ ୭୯୭, କୋରାପୁଟରୁ ୮୪, ମାଲକାନାଗିରିରୁ ୩୭, ମୟୁରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୭୮, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୯୩,ପୁରୀରୁ ୧୧୭, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୮୩, ସୋନପୁରରୁ ୧୦୬ ଓ ସୁନ୍ଦରଗଡ଼ରୁ ୩୪ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଯେ , ଗତ କାଲି ଯାଏ ରାଜ୍ୟରେ ମୋଟ ୨୦ଲକ୍ଷ ୯୮ହଜାର ୪୦୧ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ସୂତ୍ରରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here