Spread the love

କଟକ: ବିବାଦୀୟ ଅଡିଓ ମାମଲାରେ ଆଜି ହାଇକୋର୍ଟ ଆଗୁଆ ଜାମିନ ଆବେଦନ କରିଥିବା ସଂପୃକ୍ତ ଟିଭି ଚାନେଲର ୩ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ଜାମିନ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଚିକିତ୍ସା ସମ୍ବନ୍ଧିତ ଭାଇରାଲ ଅଡିଓକୁ ନେଇ ହୋଇଥିବା ବିବାଦରେ ଆଜି ହାଇକୋର୍ଟ ଏହି ସୁରକ୍ଷା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ,ଭାଇରାଲ ଅଡିଓ ବିବାଦକୁ ନେଇ ଗିରଫଦାରୀ ଆଶଙ୍କାରେ ଘରୋଇ ଚାନେଲରେ କାର୍ଯ୍ୟରତ ତିନିଜଣ କର୍ମଚାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀ ଥାନାକୁ ଯାଇ ପୁଲିସକୁ ତଦନ୍ତରେ ସହଯୋଗ କରନ୍ତୁ, ସେମାନଙ୍କୁ ଗିରଫ କରାଯିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ କରାଯିବ ବୋଲି ସ୍ଥିରୀକୃତ ହୋଇଛି।

LEAVE A REPLY

Please enter your comment!
Please enter your name here