Spread the love

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି ମାମଲାକୁ ନେଇ ଆଜି ବିଜେପି ପକ୍ଷରୁ ପ୍ରତିବାଦ ଜୋର୍ ଧରିଛି।ଏନେଇ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଧାରଣାରେ ବସିଛନ୍ତି। ଜମି ବିକ୍ରି ପଛରେ କିଛି ଉଦ୍ଦେଶ୍ୟ ଥିବା ସେ କହିଛନ୍ତି । ଏହା ସହ ଧର୍ମଶାଳା ଜାଗାରେ କେବଳ ଧର୍ମଶାଳା କରାଯାଉ ବୋଲି ସେ ଦାବି କରିଛନ୍ତି । ଆଇନ ଅନୁସାରେ ଧର୍ମଶାଳା ଜମି କାହାକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସେ ଏକ ପ୍ରେସମିଟ୍ ରେ କହିଛନ୍ତି । ଅନ୍ୟପଟେ ଦାନସୁତ୍ରରେ ମିଳିଥିବା ଜମିକୁ ବିକ୍ରି କରାନ ଯିବା ନେଇ ଆଇନ ରହିଛି। ଦୂରରୁ ପୁରୀ ଆସୁଥିବା ତୀର୍ଥଯାତ୍ରା ଅଳ୍ପମୂଲ୍ୟ ବା ମାଗଣାରେ ରହିପାରୁଥିଲେ । ଏତେ ବଡ଼ ଐତିହାସିକ ଜମି ବିକ୍ରି ପଛରେ ଥିବା ଦୁର୍ନୀତି ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ୩ ଶହ ଲୋକଙ୍କୁ ବିସ୍ଥାପିତ କରାଗଲା । କିନ୍ତୁ ଏହା ସେହି ୩ ଶହ ଲୋକଙ୍କ ମଧ୍ୟରୁ କିଛି ଲୋକଙ୍କୁ କାହିଁକି ଦିଆଗଲା ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here