Spread the love

ଭୁବନେଶ୍ବର , ରାଜ୍ୟରେ ବନ୍ୟ ପିରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ମୁକାବିଲା ଓ ତଦାରଖ ନେଇ ଏଆଇସିସି ପକ୍ଷରୁ ଏକ ୯ଜଣିଆ କମିଟି ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ , ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ,ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ,ଶରତ ପଟ୍ଟନାୟକ ,ବିଧାୟକ ତାରା ବାହିନୀପତି ,ସୁର ରାଉତରାୟ,ମହମ୍ମଦ ମୋକିମ ସାମିଲ ଅଛନ୍ତି । ଓଡିଶା ବ୍ୟପାର ଏଆଇସିସି ମୁଖ୍ୟ ଓ ପିସିସି ସଭାପତିଙ୍କୁ ୭ଦିନ ଭିତରେ କମିଟି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here