Spread the love

ମୁମ୍ବାଇ : ବିଗତ ଦିନର ସ୍ମୃତିକୁ ମନେ ପକାଇଛନ୍ତି ବିଗ ବି ଅଭିତାଭ । ୪୭ ବର୍ଷ ତଳେ ଅର୍ଥାତ ୧୯୭୩ ମସିହାରେ ଅମିତାଭ ବଚ୍ଚନ ଜୟାଙ୍କୁ ବିବାହ କରିଥିଲେ । ତେବେ ବିବାହ ପୂର୍ବରୁ ଜଂଜିର ସିନେମା ରିଲିଜ ହେବାର ଥିଲା । ଏହି ସିନେମା ହିଟ ହେଲେ ଲଣ୍ଡନ ଯିବାକୁ ଅମିତାଭ ଯୋଜନା କରିଥିଲେ । ସାଥିରେ ପ୍ରେମିକା ଜୟାଙ୍କ ସହ ଜଂଜିର ସିନେମାର କିଛି କଳାକାର ଯିବାକୁ ଯୋଜନା ହୋଇଥିଲା । ତେବେ ଅମିତାଭଙ୍କ ପିତା ହରିବଂଶ କି’ଏ କି’ଏ ଆଉ ସାଙ୍ଗରେ ଯାଉଛନ୍ତି ବୋଲି ପଚାରିଥିଲେ । ଉତ୍ତରରେ ଅମିତାଭ ତାଙ୍କ ସହ ଜୟା ଯିବେ ବୋଲି କହିଥିଲେ । ହଠାତ ହରିବଂଶ କହିଥିଲେ ଜୟାଙ୍କ ସହ ସାଙ୍ଗ ହୋଇ ଯିବାର ଅଛି ଯଦି ଆଗ ବିବାହ କର । ଏଭଳି ଉତ୍ତର ପିତାଙ୍କ ଠାରୁ ଶୁଣିବା ପରେ ଅମିତାଭ ଜୟାଙ୍କୁ ବିବାହ ରକିଥିଲେ ବୋଲି ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ସେ ୪୭ ବର୍ଷ ତଳର ନିଜ ବିବାହ ବେଳର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here