Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ଶିକ୍ଷୟତ୍ରୀ ଏକାବେଳେ ୨୫ ସ୍କୁଲରେ ଚାକିରୀ କରି ୧୩ ମାସରେ ୧ କୋଟିରୁ ଅଧିକ ଟଙ୍କା ଦରମା ପାଇଛନ୍ତି । ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ । ଏବେ ରାଜ୍ୟ ସରକାର ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ରାଜ୍ୟରେ ଶିକ୍ଷକ ମାନଙ୍କର ଏକ ଡାଟାବେସ ପ୍ରସ୍ତୁତ କଲା ବେଳେ ଏହି ଅନିୟମିତତା ଦୃଷ୍ଟିକୁ ଆସିଥିଲା । ମୈନପୁରୀର ଅନାମିକା ସିଂହ । ଦୀର୍ଘ ୧ ବର୍ଷରୁ ଅଧିକ କାଳ ୨୫ ସ୍କୁଲରେ କାର୍ଯ୍ୟ କରୁଥିବା ରେକର୍ଡରେ ଉଲ୍ଲେଖ କରାଯାଇଛି । ଉତ୍ତର ପ୍ରଦେଶରେ ଶିକ୍ଷକଙ୍କ ଉପସ୍ଥାନ ପାଇଁ ‘ପ୍ରେରଣା’ ପୋର୍ଟାଲରେ ଅନଲାଇନ ଉପସ୍ଥାନ ବ୍ୟବସ୍ଥା କରାଯାଇଛି । ଅନଲାଇନ ଉପସ୍ଥାନକୁ ଫାଙ୍କି କିପରି ଅନାମିକା ଏକାବେଳେ ୨୫ ସ୍କୁଲରେ ଉପସ୍ଥାନ ଦେଇପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସମ୍ପର୍କରେ ରାଜ୍ୟ ସ୍କୁଲ ଶିକ୍ଷା ନିଦେ୍ର୍ଦଶକ ବିଜୟ କିରଣ ଆନନ୍ଦ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ । ଜଣେ କିପରି ଅନଲାଇନରେ ୨୫ ସ୍କୁଲରେ ଉପସ୍ଥାନ ଦେଇପାରିବ । ଏଥିପାଇଁ ବିସ୍ତୃତ ତଦନ୍ତ କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି । ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ମୁଳ ନିଯୁକ୍ତି କେଉଁଠି ହୋଇଥିଲା ସେ ସମ୍ପର୍କରେ ମଧ୍ୟ କୌଣସି ତଥ୍ୟ ମିଳୁନାହିଁ । ଦୁର୍ବଳ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି)ରେ ଅନାମିକା ପୂର୍ଣ୍ଣକାଳୀନ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ରେକର୍ଡ କହୁଛି । ମାତ୍ର ସେ ଆମ୍ବେଦକର ନଗର, ବାଘପତ, ଆଲିଗଡ଼, ସାହାରନପୁର, ପ୍ରୟାଗରାଜ କେଜିଭିବରେ ମଧ୍ୟ କାର୍ଯ୍ୟ କରୁଥିବା ରେକର୍ଡ କହୁଛି । ଏହି ସ୍କୁଲ ଗୁଡ଼ିକରେ ସେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଛନ୍ତି ଓ ମାସିକ ୩୦ ହଜାର ଟଙ୍କା ଦରମା ପାଉଥିବା ରେକଡରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here