Spread the love

ନୂଆଦିଲ୍ଲୀ : ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ସରକାର ଦୈନନ୍ଦିନ ଏକ ଡ୍ୟାସବୋର୍ଡ ମାଧ୍ୟମରେ ପିଆଜର ମୂଲ୍ୟକୁ ତଦାରଖ କରୁଛନ୍ତି । ଏହି ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି ।ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ଚଳିତ ଅକ୍ଟୋବର ୨୧ ତାରିଖରେ ଗତବର୍ଷ ଏହି ତାରିଖ ତୁଳନାରେ ୨୨.୧୨ ଶତାଂଶ ଅଧିକ ହୋଇଛି । ଅର୍ଥାତ୍‌ କେଜି ପିଛା ପିଆଜର ଦାମ ଗତବର୍ଷ ଏହି ତାରିଖରେ ୪୫.୩୩ ଟଙ୍କା ଥିବାବେଳେ ଚଳିତବର୍ଷ ସେହି ତାରିଖରେ ଏହା ୫୫.୬୦ ଟଙ୍କା ହୋଇଥିଲା । ଏହି ମୂଲ୍ୟକୁ ଯଦି ୫ ବର୍ଷର ମୂଲ୍ୟ ସହ ତୁଳନା କରାଯାଏ ତେବେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା ୧୧୪.୯୬ ଶତାଂଶ ବଢିଛି ।ପାଞ୍ଚ ବର୍ଷ ତଳେ ଏହି ସମୟରେ ପିଆଜର କେଜି ପିଛା ମୂଲ୍ୟ ୨୫ ଟଙ୍କା ୮୭ ପଇସା ଥିବାବେଳେ ଏବେ ତାହା ୫୫.୬୦ ଟଙ୍କା ରହିଛି । ତେଣୁ ଗତ ୫ ବର୍ଷର ହାରାହାରି ଦରକୁ ତୁଳନା କଲେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା ୧୦୦ ଶତାଂଶରୁ ଅଧିକ ବଢିଛି ।ଚଳିତବର୍ଷ ରବି ଋତୁରେ ଉତ୍ପାଦିତ ପିଆଜ ମଧ୍ୟରୁ ୧ ଲକ୍ଷ ମେଟ୍ରିକ ଟନ ପିଆଜ ସରକାର ସଂଗ୍ରହ କରି ବଫର ଷ୍ଟକରେ ରଖିଥିଲେ । ଏହି ମହଜୁଦ ପରିମାଣ ଗତବର୍ଷ ତୁଳନାରେ ଦୁଇଗୁଣ ଥିଲା । ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା କାମ ବେଶ୍‌ ତତ୍ପରତାର ସହ ଚଳିତବର୍ଷ ସେପ୍ଟେମ୍ବର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହୋଇଛି । ଏହିସବୁ ପିଆଜ ଦେଶର ପ୍ରମୁଖ ମଣ୍ଡି ତଥା ଖୁଚୁରା ଯୋଗାଣକାରୀ ସଂସ୍ଥା ସଫଲ, କେନ୍ଦ୍ରୀୟ ଭଣ୍ଡାର, ଏନ୍‌ସିସିଏଫ୍‌, ତନ୍ନହୋଡା ଓ ଟାନଫେ୍‌ଡ୍‌ (ତାମିଲନାଡୁ) ତଥା ନାଫେଡ୍‌ର ବିଭିନ୍ନ ପ୍ରମୁଖ ସହରରେ ଥିବା ବିକ୍ରୟ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି ।ପ୍ରାୟ ୩୭ ଲକ୍ଷ ମେଟ୍ରିକ ଟନର ଖିରିଫ ପିଆଜ ଖୁବ୍‌ଶୀଘ୍ର ମଣ୍ଡିରେ ପହଞ୍ଚିବ ବୋଲି ଆଶ କରାଯାଉଛି । ଏହା ପହଞ୍ଚିଲେ ବଜାରରେ ପିଆଜର ଉପଲବ୍ଧତା ବଢିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here