Spread the love

କଟକ: ଆଜି କଟକ ଜିଲ୍ଲାରେ ମୋଟ୍‌ ୧୨୨ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କଟକ ମହାନଗର ନିଗମରୁ ସର୍ବାଧିକ ୫୫ ଜଣ ନୁଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସି.ଏମ୍‌.ସି ରେ ୬୦ ଜଣ ନୂଆ କରୋନା ଅକ୍ରାନ୍ତ ହେବା ଜିଲ୍ଲାପାଳ ଘୋଷଣା କରିଥିବା ବେଳେ ପ୍ରକୃତରେ ୫୫ ଜଣ ଅକ୍ରାନ୍ତ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତି ରେ କୁହାଯାଇଛି । ଆଉ ୫ ଜଣ ରୋଗୀଙ୍କ ବିଷୟରେ ପୂବରୁ ସି.ଏମ୍‌.ସି ପକ୍ଷରୁ ସବିଶେଷ ବିବରଣୀ ଦିଆଯାଇଥିଲା । ତେବେ ଆଜି ବଢିଥିବା ରୋଗୀମାନଙ୍କ ମଧ୍ୟରୁ ୪୭ ଜଣ ଘରୋଇ ସଂଘରୋଧରେ ଥିବାବେଳେ ୨ ଜଣ ସରକାର ସଂଘରୋଧ କେନ୍ଦ୍ରରେ ଥିଲେ, ବାକି ୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ସେହିଭଳି ଆଠଗଡ ରୁ ୨୧ ଜଣ, ସାଲେପୁର ରୁ ୩ ଜଣ, ବାଙ୍କୀରୁ ଜଣେ, ବାରଙ୍ଗରୁ ୨ ଜଣ, ମାହାଙ୍ଗାରୁ ୮ ଜଣ, ତିଗିରିଆରୁ ୨୬ ଜଣ ଏବଂ ନିଆଳୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମର ସବିଶେଷ ବିବରଣୀ ନିମ୍ନରେ ଦେଖନ୍ତୁ ।

LEAVE A REPLY

Please enter your comment!
Please enter your name here