Spread the love

ଲଣ୍ଡନ : କିଛି ଦିନ ବନ୍ଦ ରହିବା ପରେ ଅକ୍ସଫୋଡ଼ ଟୀକାର ମାନବ ପରୀକ୍ଷଣ ପୁନର୍ବାର ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ , ଜଣେ ସ୍ୱେଚ୍ଛାସେବୀଙ୍କୁ ଏହି ଟୀକା ଦେବାପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଓ ତୁରନ୍ତ ଏହି ଟୀକାର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ବନ୍ଦ କରାଯାଇଥିଲା । ସେହିଭଳି ଭାରତରେ ମଧ୍ୟ ଏହି ଟୀକାର ମାନବ ପରୀକ୍ଷଣକୁ ଗୋଟିଏ ଦିନ ପରେ ବନ୍ଦ କରାଯାଇଥିବା ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶ କରାଯାଇଥିଲା । ତେବେ ପୁନର୍ବାର ଅକ୍ସଫୋଡ଼ ଟୀକାର ମାନବ ପରୀକ୍ଷଣ ଆରମ୍ଭ ହେବାପରେ ଲୋକଙ୍କ ମଧ୍ୟରେ ଆଶାର ସଞ୍ଚାର ଦେଖଦେଇଛି ।

LEAVE A REPLY

Please enter your comment!
Please enter your name here