Spread the love

ନୂଆଦିଲ୍ଲୀ : ଭାରତରେ ଅକ୍ସଫୋଡ଼ ଟୀକାର ମାନବ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ, ଅକ୍ସପୋଡ ଟୀକା କୋଭିସିଲଡ଼ର ପରୀକ୍ଷା କରାଯାଉଥିବା ବେଳେ ଇଂଲଣ୍ଡର ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ହଠତ୍‌ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ଇଂଲଣ୍ଡରେ ଏହାର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଗତକାଲି ଭାରତରେ ଏହାର ପରୀକ୍ଷା ଜାରି ରହିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଆଜି ଭାରତରେ ପରୀକ୍ଷା କରାଉଥିବା ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏହି ଟୀକାର ମାନବ ପରୀକ୍ଷାକୁ ସ୍ଥଗିତ ରଖାଯିବାକୁ ଘୋଷଣା କରାଯାଇଛି । ଅକ୍ସଫୋଡ଼ ଟୀକାର ପରୀକ୍ଷାକୁ ନେଇ ଏବେ ସବୁ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଏବେ କେବଳ ଋଷ ଟୀକା ଉପରେ ସମସ୍ତଙ୍କ ନଜର ରହିଛି । ସୂଚନାଯୋଗ୍ୟ ଯେ, ଋଷର କୋଭିଡ଼ ଟୀକା ଏବେ ମସ୍କୋର ସର୍ବସାଧାରଣଙ୍କୁ ଦିଆଯିବା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here