Spread the love

ଶ୍ରୀନଗର
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏଥିରେ ଜଣେ ଅଧିକାରୀ ସମେତ ୨ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ ଜାମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ମଙ୍ଗଳବାର ଅପରାହ୍ନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ସେ ମୋର୍ଟାର ଓ ବନ୍ଧୁକ ଦ୍ୱାରା ଭାରତୀୟ ସୀମାକୁ ଲକ୍ଷ୍ୟ କରି ପ୍ରବଳ ଗୁଳି ମାଡ କରିଥିଲା । ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖାର ସୁନ୍ଦରବେଣୀ ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here