Spread the love

ନୂଆଦିଲ୍ଲୀ
ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାକୁ ନେଇ ଗିତେଲୀ ଇମ୍ରାନଙ୍କୁ ଏନଆଇଏ ସୋମବାର ଗିରଫ କରିଛି । ସେ ଗୁଜରାଟର ବାସିନ୍ଦା । ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲା । ଏହି ମାମଲା ଅନ୍ତର୍ଜାତୀୟ ଗୁପ୍ତଚର ର‍୍ୟାକେଟ ସହ ସଂଶ୍ଲିଷ୍ଟ । ଭାରତର ଗୁରୁତ୍ୱପୂର୍ଣ ତଥ୍ୟ ଏବଂ ବିଭିନ୍ନ ସ୍ଥାନର ସୂଚନା ଏବଂ ଭାରତୀୟ ନୌସେନା ଜାହାଜ ଏବଂ ସବମେରାଇନ ତଥା ଅନ୍ୟ ପ୍ରତିରକ୍ଷା ପ୍ରତିଷ୍ଠାନର ସ୍ଥିତି ଜାଣିବା ଲାଗ ପାକିସ୍ତାନ ଚକ୍ରାନ୍ତ କରୁଛିି । ସେ ଏଥିପାଇଁ ଭାରତେ ଏଜେଣ୍ଟ ନିଯୁକ୍ତି କରୁଛି । ଏନଆଇଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏ ବିଷୟରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ଏବଂ ଏନଆଇଏ ମାମଲର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here