Spread the love

ମୁମ୍ବାଇ : ପ୍ରସିଦ୍ଧ ତାଜ୍ ହୋଟେଲକୁ ଉଡାଇ ଦେବା ଲାଗି ଫୋନରେ ଧମକ ମିଳିଛି । ଏହି ଫୋନ କଲ୍ ସୋମବାର ରାତି ସାଢେ଼ ୧୨ଟାରେ ପାକିସ୍ଥାନରୁ ଆସିଥିଲା । ହୋଟେଲକୁ ଆସିଥିବା ଏହି ଫୋନରେ ଭାରତକୁ ସବକ୍ ଶିଖାଇବା ପାଇଁ ତାଜ୍ ହୋଟେଲକୁ ଉଡାଯିବ ବୋଲି ଧମକ ଦେଇଥିବା ବ୍ୟକ୍ତି କହିଛି । ଏ ସଂପର୍କରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । କୌଣସି ଉଗ୍ରପନ୍ଥୀ ସଂଗଠନ କିମ୍ବା ଅନ୍ୟ କେହି ଏହି ଫୋନ କଲ କରିଥିଲା ଜାଣିବା ଲାଗି ପୋଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here