Spread the love

ନୂଆଦିଲ୍ଲୀ
ଚଳିତ ବର୍ଷର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହୋଇଛି । ୧୭ତମ ଲୋକସଭାର ଚତୁର୍ଥ ସେସନ ଏବଂ ରାଜ୍ୟସଭାର ୨୫୨ ତମ ଅଧିବେଶନ ଆଜି ଆରମ୍ଭ ହୋଇଛି । ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ପ୍ରେସ ବିବୃତ୍ତି ଅନୁଯାୟୀ ମୌସୁମୀ ଅଧିବେଶନରେ ୧୮ଟି ସିଟିଂ ରହିଛି ଏବଂ ଏହା ଶନି ଓ ରବିବାର ସହିତ ୧୮ ଦିନ ଯାଏଁ ଚାଲିବ । ଏହି ସମୟରେ ୪୭ଟି ଆଇଟମ ଉପସ୍ଥାପନା କରିବାକୁ ଚିହ୍ନଟ କରାଯାଇଛି । ଏଥିରେ ୪୫ଟି ବିଲ ଏବଂ ୨ ଫାଇନାନ୍ସ ଆଇଟମ ସାମିଲ ରହିଛି । କରୋନା କଟକଣା ମଧ୍ୟରେ ପ୍ରଥମ ଥର ପାଇଁ ସଂସଦ ଅଧିବେଶନ ବିସିଛି ।

LEAVE A REPLY

Please enter your comment!
Please enter your name here