Spread the love

ନୂଆଦିଲ୍ଲୀ
ବ୍ରିଟିଶ ଅଭିନେତା ରବର୍ଟ ପାଟିନସନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମିଡିଆ ରିପୋର୍ଟରୁ ଗୁରୁବାର ଏହି ସୂଚନା ମିଳିଛି । ଏଥିଯୋଗୁଁ କରୋନା ଜନିତ ସଟଡାଉନ ପରେ ଆରମ୍ଭ ହୋଇଥିବା ବ୍ୟାଟମ୍ୟାନର ସୁଟିଂକୁ ପୁଣି ବନ୍ଦ କରିଦିଆଯାଇଛି । ସୂଚନା ଅନୁଯାୟୀ ବ୍ୟାଟମ୍ୟାନ ପ୍ରଡକ୍ସନ ଟିମର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏଥିରେ ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ଏଥିଯୋଗୁ ସୁଟି ବନ୍ଦ କରିଦିଆଯାଇଛି ବୋଲି ଷ୍ଟୁଡିଓ ପକ୍ଷରୁ କୁହାଯାଇଛି । ତେବେ ଅନ୍ୟ ଏକ ରିପୋର୍ଟରେ କରୋନା ଆକ୍ରାନ୍ତ ବ୍ୟକ୍ତି ପାଟିନସନ ବୋଲି କୁହାଯାଇଛି । ତେବେ ଏ ସମ୍ପର୍କରେ ପାଟିନସନଙ୍କ ମନ୍ତବ୍ୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here