Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ମହାରାଷ୍ଟ୍ର ସରକାର ବାଧ୍ୟତାମୂଳକ ସଙ୍ଗରୋଧରେ ରଖିଥିଲେ । ଏହା ସହିତ ତାଙ୍କ ହାତରେ ସଙ୍ଗରୋଧର ଷ୍ଟାମ୍ପ ମଧ୍ୟ ଲଗାଇଥିଲେ । କିନ୍ତୁ ଏବେ ତାଙ୍କୁ ମୁକ୍ତ କରିଦେଇଛି ମୁମ୍ବାଇ ମହାନଗର ନିଗମ । ଏ ନେଇ ନିଜେ ଏସପି ସୂଚନା ଦେଇଛନ୍ତି । ଏହା ପରେ ସେ ସନ୍ଧ୍ୟାରେ ପାଟନା ଯିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁନାହିଁ । ସେ ବିଭିନ୍ନ ଆଳ ଦେଖାଇ ତଦନ୍ତକୁ ଏଡାଇ ଦେଉଛି । ଏହି ତଦନ୍ତ ପାଇ ଯାଇଥିବା ଏସପିଙ୍କୁ ବେଆଇନ ଭାବେ ବିଏମସ କର୍ମଚାରୀ ସଙ୍ଗରୋଧରେ ରଖି ତଦନ୍ତକୁ ପ୍ରଭାବିତ କରିବାକୁ ପ୍ରୟାସ କରିଥିଲେ । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଭର୍ସନା କରିଥିଲେ ।

LEAVE A REPLY

Please enter your comment!
Please enter your name here