Spread the love

ଜାତିସଂଘ: ଉତ୍ତର କୋରଆ ନିଜ ପରମାଣୁ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି । ଏପରିକି ଅନେକ ବିଶ୍ୱାସ କରୁଛନ୍ତି ଯେ ସମ୍ଭବତଃ ଉତ୍ତର କୋରିଆ ନିଜ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ କ୍ଷୁଦ୍ର ପରମାଣୁ ବୋମା ପ୍ରସ୍ତୁତ କରିସାରିଛି ବୋଲି ଜାତିସଂଘର ଏକ ଗୋପନୀୟ ରିପୋର୍ଟରେ କୁହାଯାଇଛି । ଉତ୍ତର କୋରିଆ ଉପରେ ଜାତିସଂଘ ଲାଗୁ କରିଥିବା କଟକଣା କିପରି କାର୍ଯ୍ୟକାରୀ ହେଉଛି ତାହା ନିରୀକ୍ଷଣ କରୁଥିବା ବିଶେଷଜ୍ଞଙ୍କ ଏକ ସ୍ୱାଧିନ ପ୍ୟାନେଲ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆ କରିଥିବା ଶେଷ ୬ଟି ପରମାଣୁ ପରୀକ୍ଷା ଦ୍ୱାରା କ୍ଷୁଦ୍ର ପରମାଣୁ ବୋମା ତିଆରି କରିବାରେ ହୁଏତ ସଫଳତା ପାଇଛି ବୋଲି ଅନେକ ରାଷ୍ଟ୍ର ବିଶ୍ୱସ କରୁଛନ୍ତି । ୨୦୧୭ ସେପ୍ଟେମ୍ବର ପରେ ଉତ୍ତର କୋରିଆ ଆଉ ପରମାଣୁ ପରୀକ୍ଷା କରିନାହିଁ । ଜାତିସଂଘ ନିରାପତ୍ତା ପରିଷଦର ୧୫ ଜଣିଆ ଉତ୍ତର କୋରିଆ କଟକଣା କମିଟିକୁ ସୋମବାର ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଉତ୍ତର କୋରିଆ ନିଜ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବା ସହ ଉନ୍ନତ ୟୁରାନିୟମ ଓ ହାଲୁକା ଜଳ ରିଆକ୍ଟର ପ୍ରସ୍ତୁତ କରିବାକୁ ଉଦ୍ୟମ କରୁଛି ବୋଲି ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here