Spread the love

ନୂଆଦିଲ୍ଲୀ: ଭାରତରେ ‘କୋଭିସିଲ୍ଡ’ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)କୁ ଅନୁମତି ମିଳିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଏହି ଅନୁମତି ଦେଇଛନ୍ତି । ଆଜି ଏ ସମ୍ପର୍କରେ ଘୋଷଣା କରାଯାଇଛି । ଏସଆଇଆଇ ସ୍ୱିଡେନ-ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନେକା ସହ କରୋନା ଟୀକା ପାଇଁ ଚୁକ୍ତି କରିଛି ଓ ଆଷ୍ଟ୍ରାଜେନେକା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କରୋନା ଟୀକା ବାହାର କରିବାକୁ ଗବେଷଣା ଚଳାଇଛି । ଏସଆଇଆଇକୁ ‘କୋଭିସିଲ୍ଡ’ର ମାନବ ପରୀକ୍ଷା ପାଇଁ ଅନୁମତି ମିଳିବା ପରେ ଦେଶର ନିଜସ୍ୱ କରୋନା ଟୀକା ବାହାରିବା ନେଇ ଆଶା ଉଜ୍ଜୀବିତ ହୋଇଛି । ଦେଶର ୨୦ଟି ସ୍ଥାନରେ ଏହି ପରୀକ୍ଷା କରାଯିବ । ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ଏଥିପାଇଁ ମନୋନୀତ କରାଯିବ ।

LEAVE A REPLY

Please enter your comment!
Please enter your name here