Spread the love

ନୂଆଦିଲ୍ଲୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଜି ୭୦ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ସେ
୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମ ଗ୍ରହଣ କରିଥିଲେ ।
ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରୀନ , ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଅମିତ ଶାହା , ନିର୍ମଳା ସୀତାରମଣ, ରାଜନାଥ ସିଂହ ପ୍ରମୁଖ , ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କଙ୍ଗନା ରାଣାବତଙ୍କ ପରି ଫିଲ୍ନ ଷ୍ଟାର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ପଚ୍ଚନାୟକ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନକୁ ଭାରତୀୟ ଜନତା ପାର୍ଟି ସେବା ସପ୍ତାହ ଭାବେ ପାଳନ କରୁଛି । ଏହି କ୍ରମରେ ଦେଶରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି । ତାମିଲନାଡୁର କୋଏମ୍ବାଟୁରରେ ବିଜେପି କର୍ମୀମାନେ ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ୭୦କିଲୋର ଏକ ଲଡୁ ପ୍ରସ୍ତୁତ କରିଛନ୍ତି । କେରଳର କୋଝିକୋଡରେ ବିଜେପି କର୍ମୀଙ୍କ ଦ୍ୱାରା ସଫାଇ ଅଭିଯାନ ହୋଇଛି । ସେହିପରି ମୋଦୀଙ୍କ ଦୀର୍ଘାୟୁ କାମନା କରି ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ହନୁମାନ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here