Spread the love

ନୂଆଦିଲ୍ଲୀ
ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମତେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ସାମିଲ ହୋଇଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରତି ଆଭାର ପ୍ରକଟ କରୁଛି । ରାଷ୍ଟ୍ରୀୟ ଶିକ୍ଷାନୀତି ସମ୍ମିଳନୀ ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ଶିକ୍ଷା କ୍ଷେତ୍ରରେ ଅନେକ ବର୍ଷର ଅନୁଭବ ଥିବା ଲୋକ ଏଥିରେ ସାମିଲ ହୋଇଛନ୍ତି । ଦୀର୍ଘ ୩୦ ବର୍ଷ ପରେ ଦେଶରେ ନୂଆ ଶିକ୍ଷାନୀତି ଆସିଛି । ଏହା ଦେଶର ଆକାଂକ୍ଷା ପୂରଣର ଏକ ଗୁରୁତ୍ୱପୂର୍ଣ ମାଧ୍ୟମ । ଏଥିରେ ପ୍ରାୟ ୨ ଲକ୍ଷବିଶିଷ୍ଟ ବ୍ୟକ୍ତି ପ୍ରସ୍ତାବ ରଖିଛନ୍ତି । ଏହା ଆତ୍ମନିର୍ଭର ଭାରତ ସଙ୍କଳ୍ପକୁ ରୂପ ଦେବ । ଏହା ସହିତ ଏକ ବିଂଶ ଶତାଦ୍ଦୀରେ ଭାରତର ସାମାଜିକ ଓ ଆର୍ଥିକ ନାତିକୁ ନୂଆ ରୂପ ଦେବ । ଏକବିଂଶ ଶତାଦ୍ଦୀରେ ଭାରତ ନଲେଜ ଇକୋନମିରେ ପରିଣତ ହେବ । ନୂଆ ଶିକ୍ଷାନୀତିରେ ଲର୍ଣିଂ ଆଉଟକମ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଯୁବକମାନେ ନିଜ ନିଜ ରୁଚି ଅନୁସାରେ ପାଠ ପଢିପାରିବେ । ଏହା ହେଉଛି ଏକ ଦେଶର ନୀତି , କୌମସି ନିର୍ଦିଷ୍ଟ ସରକାରର ନୀତି ନୁହେଁ । ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱରେ କେନ୍ଦ୍ର, ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମସ୍ତେ ଜଡିତ । କିନ୍ତୁ ଶିକ୍ଷା ନୀତିରେ ଏମାନଙ୍କର ଦଖଲ କମ ରହିବା ଦରକାର ।

LEAVE A REPLY

Please enter your comment!
Please enter your name here