Spread the love

ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବହୁ ପ୍ରତୀକ୍ଷିତ ସ୍ୱଚ୍ଛ ଟିକସ ବ୍ୟବସ୍ଥା-ହନରିଂ ଦ ହନେଷ୍ଟ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଏହା ଦ୍ୱାରା ଟିକସ ବ୍ୟବସ୍ଥାରେ ସଂସ୍କାର ଏବଂ ସରଳୀକରଣ ହେବ । ପ୍ରତ୍ୟେକ୍ଷ କର ବ୍ୟବସ୍ଥାରେ ହୋଇଥିବା ଏହି ସଂସ୍କାରରେ ଟିକସ ବ୍ୟବସ୍ଥା ଅନୁପାଳନକୁ ସରଳ କରିବାର ଲକ୍ଷ୍ୟ ରଖାଯାଇଛି ଏବଂ ଟିକସଦାତାଙ୍କୁ ସମ୍ମାନିତ କରିବାର ବ୍ୟବସ୍ଥା ରହିଛି । ସରକାର କରୋନା ଭାଇରସ ପ୍ରଭାବିତ ଅର୍ଥନୀତିକୁ ପୁନଃନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତ ଯେ ରାଷ୍ଟ୍ର ନିର୍ମାଣରେ ଟିକସଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ । ସଚ୍ଚୋଟ ଟିକସଦାତଙ୍କୁ ସମ୍ମାନିତ କଲେ ଦେଶ ଆଗକୁ ବଢିବ । ଏହି ନୂଆ ବ୍ୟବସ୍ଥା ଲୋକଙ୍କୁ ଭୟମୁକ୍ତ କରିବ । ଭାରତରେ ଟିକସଦାତାଙ୍କ ସଂଖ୍ୟା ବହୁତ କମ । ଟିକସଦାତାଙ୍କ ପାଇଁ ଟିକସ ଦେବା ଏକ କର୍ତ୍ତବ୍ୟ ଓ ଦାୟିତ୍ୱବୋଧତା । ଏବେ ଆଇଟି ବିଭାଗ ଟିକସଦାତାଙ୍କ ସମ୍ମାନ ପ୍ରତି ଧ୍ୟାନ ରଖିବ । ସେପ୍ଟେମ୍ବର ୨୫ରୁ ଦେଶର ନାଗରିକଙ୍କ ପାଇଁ ଏହି ସୁବିଧା ମିଳିବ ।

LEAVE A REPLY

Please enter your comment!
Please enter your name here