Spread the love

ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟ ହ୍ୟାକ ହୋଇଯାଇଛି ବୋଲି ଗୁରୁବାର ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି । ହ୍ୟାକର ଆକାଉଣ୍ଟ ହ୍ୟାକ କରି ଟ୍ୱିଟ କରିଛନ୍ତି ଏବଂ ଫଲେଅର୍ସ ମାନଙ୍କୁ ରିଲିଫ ପାଣ୍ଠିକୁ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଦାନ କରିବାକୁ କହିଛନ୍ତି । ଟ୍ୱିଟର୍ସ ଏ ବିଷୟରେ ଜାଣିଥିବା କହିଛି ଏବଂ ଆକାଉଣ୍ଟଙ୍କୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଉଲ୍ଲେଖ କରିଛି । ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ତୁରନ୍ତ କୌଣସି ପ୍ରତ୍ରିକ୍ରିୟା ଆସିପାରି ନାହିଁ । ହ୍ୟାକର କରିଥିବା ଟ୍ୱିଟକୁ ଟ୍ୱିଟର ହଟାଇ ଦେଇଛି । ଏଥିରେ ହ୍ୟାକର ଲେଖିଥିଲେ ଯେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରିଛି । ଏବେ ଭାରତ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଦାନ ଗ୍ରହଣ କରୁଛି । ଦୟାକରି ଦାନ କରନ୍ତୁ । ଅନ୍ୟ ଏକ ଟ୍ୱିଟରେ ସେମାନେ କହିଥିଲେ ଯେ ଏହି ଆକାଉଣ୍ଟକୁ ଜନ ୱିକ ହ୍ୟାକ କରିଛନ୍ତି ଆମେ ପେଟିୟମ ମଲକୁ ହ୍ୟାକ କରିନାହୁଁ । ସୂଚନାଯୋଗ୍ୟ ଯେ ଜୁଲାଇରେ ବୁହ ଚର୍ଚ୍ଚିତ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟ ହ୍ୟାକ ହେବାର କିଛି ମାସ ପରେ ଏହି ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here