Spread the love
ଚେନ୍ନାଇ: ତାମିଲନାଡୁର ତୁତିକରନ ଜିଲ୍ଲାର ଜଣେ ବ୍ୟବସାୟୀ ଜୟରାଜ ଓ ତାଙ୍କ ପୁଅ ବେନିକିସ୍‌ ହାଜତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଜଣେ ପୋଲିସ ଅଭିଯୁକ୍ତଙ୍କ ର ମଙ୍ଗଳବାର କରୋନା ଯୋଗୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ପୁଲିସ୍‌ ଅଧିକାରୀ ଜଣଙ୍କ ହେଉଛନ୍ତି ୫୬ ବର୍ଷୀୟ ସବ ଇନସପେକ୍ଟର ପଲଦୁରାଇ। ପଲଦୁରାଇ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମଦୁରାଇ ସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବ ସୂଚନା ଅନୁଯାୟୀ , ବାପ ଓ ପୁଅ ହାଜତ ମୃତ୍ୟୁ ଘଟଣାରେ ୧୦ ଜଣ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା। ପଲଦୁରାଇ ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ଅଟନ୍ତି ।

LEAVE A REPLY

Please enter your comment!
Please enter your name here