Spread the love

ଯାଜପୁର : ସୋମବାର ଜଣେ ଏସ୍‌ଆଇ ଗାଡ଼ି ଡ୍ରାଇଭରଙ୍କୁ ୨ ହଜାର ଟଙ୍କା ବଟି ମାଗିବା ଭିଡିଓ ଏବେ ଚାରିଆଡ଼େ ଘୁରି ବୁଲିଛି । ଏସ୍‌ଆଇ ଜଣଙ୍କ ଯାଜପୁର ଜିଲ୍ଲା ଟମ୍‌କା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡିଛି। ତେବେ କାର୍ଯ୍ୟରତ ଏସ୍‌ଆଇ ଜଣଙ୍କ ହେଉଛନ୍ତି ମହମ୍ମଦ ସୁରଜ୍ । ଟ୍ରାଫିକ ନିୟନ୍ତ୍ରଣ ଏବଂ କରୋନା କଟକଣା ସମୟରେ କାର୍ଯ୍ୟ କରୁଥିବା ବେଳେ ଏଭଳି ବଟି ମାଗିବା ଘଟଣା ସାମ୍ନା କୁ ଆସିଛି । ଭାଇରାଲ ହୋଇଥିବା ଭିଡିଓରେ ଏସ୍‌ଆଇ ଜଣକ ଡ୍ରାଇଭର ଜଣଙ୍କୁ , ୨ ହଜାର ଟଙ୍କା ନ ଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ । ମାତ୍ର ଟ୍ରକ ଡ୍ରାଇଭର ନେହୁରା ହୋଇ ତାର ମା’ ମରିଯାଇଛି, ସେ କିଛି ଖାଇ ନାହିଁ ବୋଲି କହିଥିଲା। ଏଥିସହ ବାଧ୍ୟ ହୋଇ କିଛି ଟଙ୍କା ଏସ୍‌ଆଇଙ୍କୁ ଦେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଅନ୍ୟପଟେ ଏସ୍‌ଆଇ ଜଣକ ସିଭିଲ ପୋଷାକରେ ପୁଲିସ ଗାଡ଼ିରେ ହାପ୍‌ପ୍ୟାଣ୍ଟ ପିନ୍ଧି ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ଭିଡିଓ ଭାଇରାଲ ହେବା ପରେ ତଦନ୍ତ ପାଇଁ ଏସ୍‌ପି ଚରଣସିଂ ମୀନା ଟମକା ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କୁ ଦାୟିତ୍ବ ଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here