Spread the love

ଭୋପାଲ : ଭୋପାଲ ଏମ୍ସ ରେ ପ୍ରଥମ ଥର ପାଇଁ ଏକ କରୋନା ସଂକ୍ରମିତଙ୍କ ବଡିର ପୋଷ୍ଟମର୍ଟମ କରାଯାଇଛି। କୋଭିଡ-୧୯ ଦ୍ଵାରା ଶରୀର ଉପରେ କଣ ପ୍ରଭାବ ପଡୁଛି ତାହା ଜାଣିବା ପାଇଁ ଏହି ପୋଷ୍ଟମର୍ଟମ କରାଯାଉଛି । ଏହି ପୋଷ୍ଟମର୍ଟମ ରିପୋର୍ଟ୍ ରୁ କରୋନା ଜନିତ ସମସ୍ତ ତଥ୍ୟ ସାମ୍ନା କୁ ଆସିପାରିବ ବୋଲି ବିଦେଶୀ ଗବେଷକ ମାନେ କହିଛନ୍ତି । ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର)ଙ୍କ ମଞ୍ଜୁରି ପରେ ଭୋପାଲ ଏମ୍ସ କରୋନା ଆକ୍ରାନ୍ତଙ୍କ ବଡିର ବ୍ୟବଚ୍ଛେଦ କରିଛି । କୋଭିଡ ଗବେଷଣା ଲାଗି ଏମ୍ସ ଅନ୍ୟ ୧୦ଟି ବଡିର ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି।ପୂର୍ବ ଗବେଷଣାରୁ ଭୂତାଣୁ ସଂକ୍ରମିତଙ୍କ ହୃଦ, ମସ୍ତିଷ୍କ ଓ ଫୁସଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ରୋଗୀଙ୍କ ମୃତ୍ୟୁ ହେଉଥିବା ରିପୋର୍ଟରେ କୁହାଯାଇଥିଲା।ସେଭଳି ଭାରତର ଲୋକଙ୍କ ଶରୀରରେ କଣ ପ୍ରଭାବ ପଡୁଛି ତାହା ଜାଣିବା ପାଇଁ ଏଭଳି ନିଷ୍ପତି ନିଆ ଯାଇଥିବା ଭୋପାଲ ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

LEAVE A REPLY

Please enter your comment!
Please enter your name here