Spread the love

ନୂଆଦିଲ୍ଲୀ
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ତା ଗତ କାଲି ଠାରୁ ଗୁରୁତର ରହିଛି । ଫୁସଫୁସ ସଂକ୍ରମଣ ଯୋଗୁଁ ସେ ସେପଟିକ ସକରେ ଅଛନ୍ତି । ଏବେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଏବଂ ଡିପ କୋମାରେ ରହିଛନ୍ତି । ଦିଲ୍ଲୀର କ୍ୟାଣ୍ଟମେଣ୍ଟ ସ୍ଥିତ ଆର ଆଣ୍ଡ ଆର ହସ୍ପିଟାଲ ପକ୍ଷରୁ ଏହା କୁହାଯାଇଛି । ସୂଚନାଯୋଗ୍ୟ ଯେ ମସ୍ତିଷ୍କ ସର୍ଜରୀ ପାଇଁ ସେ ଉକ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here