Spread the love

ନୂଆଦିଲ୍ଲୀ: ସଙ୍କଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟବସ୍ଥା। ଶନିବାର ସକାଳ ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଛି। ପୂର୍ବପରି ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ,ତାଙ୍କୁ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି। ତାଙ୍କର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ, ଶରୀରର ତାପମାତ୍ରା, ରକ୍ତଚାପ, ହୃଦ୍‌ସ୍ପନ୍ଦନ ଓ ଶ୍ବାସପ୍ରଶ୍ବାସ ଧାରା ଠିକ୍ ରହିଛି ।ତାଙ୍କ ଉପରେ ସମ୍ପୂର୍ଣ ନଜର ରହିଛି । ସୂଚନା ଅନୁଯାୟୀ , ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭିନ୍ନ ଏକ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥିବା ବେଳେ ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ପରେ ତାଙ୍କ ରିପୋର୍ଟ୍ ପଜେଟିଭ୍ ଆସିଥିଲା । ତାଙ୍କ ମସ୍ଥିଷ୍କ ରେ ଅସ୍ତ୍ରୋପଚାର ତୁରନ୍ତ କରାଯାଇଥିଲା ।ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିନଥିବା ବେଳେ ଚେତା ଆସିନଥିବା ଆର୍ ଆଣ୍ଡ ଆର୍ ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here