Spread the love

ନୂଆଦିଲ୍ଲୀ
ଏବେ ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡିପ କୋମାରେ ଅଛନ୍ତି । ଏହା ସହିତ ରେନାଲ ପାରାମିଟରଗୁଡିକ ସାମାନ୍ୟ ଖରାପ ରହିଛି । ସେ ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ୮୪ ବର୍ଷୀୟ ମୁଖାର୍ଜୀ ଏବେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ସେ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ଆର୍ମୀର ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ବ୍ରେନ ଅପରେସନ ହୋଇଥିଲା । ପରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିଲା । ଏହା ସହିତ ମେଡିକାଲରେ ଭର୍ତ୍ତି ହେବା ସମୟରେ ତାଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସେ ୨୦୧୨-୧୭ ଯାଏଁ ଦେଶର ରାଷ୍ଟ୍ରପତି ଥିଲେ ।

LEAVE A REPLY

Please enter your comment!
Please enter your name here