Spread the love

ନୂଆଦିଲ୍ଲୀ
ଫୁସଫୁସ ସଂକ୍ରମଣ କାରଣରୁ ଭାରତର ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ବୁଧବାର ଏହା କୁହାଯାଇଛି । ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ ଅଗଷ୍ଟ ୧୦ରେ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ମଧ୍ୟ ସେ ଭେଣ୍ଟିଲେଟରରେ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତେବେ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାର ସଙ୍କେତ ଦେଖାଯାଉଛି ବୋଲି ତାଙ୍କ ପୁଅ ତଥା ତକ୍ରାଳୀନ ସାଂସଦ ଅଭିଜିତ ମୁଖାର୍ଜୀ କହିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ବ୍ରେନ ସର୍ଜରୀ ହୋଇଥିଲା ଏବଂ ଏବେ ସେ କୋମାରେ ଅଛନ୍ତି । ଏହା ସହିତ ତାଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ।

LEAVE A REPLY

Please enter your comment!
Please enter your name here