Spread the love

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗତକାଲି ଭେଣ୍ଟିଲେଟର ରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ବରଂ ସ୍ଥିତି ଆହୁରି ଖରାପ୍ ଆଡ଼କୁ ଗତି କରୁଥିବା ଆର୍ ଆଣ୍ଡ ଆର୍ ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଗତକାଲି ସେ ଭିନ୍ନ ଏକ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥିବା ବେଳେ ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ପରେ ତାଙ୍କ ରିପୋର୍ଟ୍ ପଜେଟିଭ୍ ଆସିଥିଲା । ତାଙ୍କ ମସ୍ଥିଷ୍କ ରେ ଅସ୍ତ୍ରୋପଚାର ତୁରନ୍ତ କରାଯାଇଥିଲା ।ଗତକାଲି ଠାରୁ ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିନଥିବା ବେଳେ ଚେତା ଆସିନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here