Spread the love

ନୂଆଦିଲ୍ଲୀ : ନିକଟରେ ମୁଖ୍ୟ ବିଚାରପତିଙ୍କ ସମେତ କୋର୍ଟଗୁଡ଼ିକରେ ପ୍ରିୟାପ୍ରୀତି ଅଭିଯୋଗ ଆଣି ଟିପ୍ପଣୀ ଦେବା ଅଭିଯୋଗରେ ବରିଷ୍ଠ ବିଚାରପତି ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୧ଟଙ୍କା ଦଣ୍ଡ ବିଧାନ କରିଥିଲେ । ଏହି ଟଙ୍କା ମଧ୍ୟ ତାଙ୍କ ତରଫରୁ କୋର୍ଟରେ ପ୍ରଦାନ କରାଯାଇଛି । ତେବେ ଦଣ୍ଡବିଧାନର ବୈଧତାକୁ ନେଇ ପ୍ରଶାନ୍ତ ଭୂଷଣ ପୁଣି ଥରେ ସୁପ୍ରିମ କୋର୍ଟରେ ରିଟ୍‌ ଦାଖଲ କରିଛନ୍ତି । ଏହି ଆବେଦନରେ ସେ ପ୍ରାର୍ଥନା କରିଛନ୍ତି ଯେ, ସୁପ୍ରିମ କୋର୍ଟର ଭିନ୍ନ ଏକ ଖଣ୍ଡପୀଠରେ ବହୁ ବିଚାରପତିଙ୍କୁ ନେଇ ମାମଲାର ବିଚାର କରାଯାଉ ।

LEAVE A REPLY

Please enter your comment!
Please enter your name here