Spread the love

ତିରୁବନ୍ତିପୁରମ : ପୁଣି ପଶୁ ଉପରେ ଅତ୍ୟାଚାର । କେରଳର ମାଲାପୁରମ ଜିଲ୍ଲାରେ ଏଭଳି ଏକ ବର୍ବରଚିତ କାର୍ଯ୍ୟ ଘଟିଛି ଯାହା ଶୁଣିଲେ କେହିବି ଆଶ୍ଚର୍ଯ୍ୟ ହେବ ଏଥିରେ ଦ୍ୱିମତ ନାହିଁ । ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶି ଆସିଥିବା ଏକ ଗର୍ଭବତୀ ହାତୀକୁ ଲୋକେ ସପୁରୀ ମଧ୍ୟରେ ବାଣ ଖାଇବାକୁ ଦେବା ପରେ ବାଣରେ ନଆଁ ଲାଗାଇ ଦେଇଥିଲେ । ହାତୀର ମୁହଁ ଓ ଶୁଣ୍ଡରେ ଦୁଇଟି ବାଣ ଫୁଟିବା ପରେ ହାତୀଟି ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଥିଲା । ହାତୀଟି ଦୌଡ଼ି ଦୌଡ଼ି ନିକଟରେ ଥିବା ଏକ ନଦୀରେ ପାଣି ଢ଼ାଳି ହେବା ଓ ସେଠାରେ ନିଆାଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବାର ଏକ ଫଟୋ କେରଳ ବନ ବିଭାଗର ମୋହନ କ୍ରିର୍ଷ୍ଣା ନାମକ କର୍ମଚାରୀ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଏକ ଫଟୋରେ ଦେଖା ଯାଇଛି । ମୋହନ କହିଛନ୍ତି ଯେ, ହାତୀଟି ଦୌଡୁଥିବା ବେଳେ କାହାରିକୁ ଆକ୍ରମଣ କରି ନଥିଲା । ବରଂ ପ୍ରାଣ ବଂଚାଇବା ଲାଗି ସେ ନଦୀ ମଧ୍ୟକୁ ପଶି ଯାଇଥିଲା । ହାତୀର ମୁହଁ ଓ ପେଟ ପୋଡ଼ି ଯାଇଥିବା ଉକ୍ତ ଫଟୋରୁ ଜଣା ପଡ଼ିଛି । ଏହି ଘଟଣାରେ କାହାରିକି ଗିରଫ କରାଯାଇ ନଥିବା ବେଳେ ଏବେ ପୋଲିସ ଓ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here