Spread the love

ନୂଆଦିଲ୍ଲୀ
ଆଜି ଲଢୁଆ ଯୁଦ୍ଧ ବିମାନ ରାଫେଲ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହୋଇଛି । ଏଥିପାଇଁ ପାଇଁ ହରିୟାନାର ଅମ୍ବାନାଲ ଏୟାରବେସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବ ଧର୍ମ ପୂଜା କରାଯାଇ ୫ଟି ରାଫେଲକୁ ବାୟୁସେନାରେ ସାମିଲ କରାଯାଇଛି । ଏହା ସେଭେଣ୍ଟିନ ଗୋଲଡେନ ଆରୋଜରେ ସାମିଲ ହୋଇଛି ।ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାବତ,ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲା ଆରକେଏସ ଭଦୌରିଆ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ବିମାନ ଆସିଥିଲା । ପରେ ନଭେମ୍ବରରେ ଆଉ ୫ଟି ବିମାନ ଆସିବ । ୨୦୨୧ ସୁଦ୍ଧା ଫ୍ରାନ୍ସ ଭାରତକୁ ମୋଟ ୩୬ ଟି ବିମାନ ଦେବ । ଏଥିପାଇଁ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here