Spread the love

ପାଟନା : ‌ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଏକ ବଡ଼ ଧରଣର ଝଟକା ଲାଗିଛି। ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଆଜି ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀ ଏମ୍ସ ରେ ଚିକିତ୍ସିତ ହେଉଛନ୍ତି। ସେ ହସ୍ପିଟାଲରେ ଥାଇ ଦଳରୁ ଇସ୍ତଫା ଦେଇଛନ୍ତି । ରଘୁବଂଶ ପ୍ରସାଦ ସିଂହ କିଛି ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ।ପରେ ତାଙ୍କୁ ପାଟନା ଏମ୍ସରେ ଭର୍ତ୍ତି କରାଯାଇଥିଲା । କିଛିଦିନ ମଧ୍ୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।କିନ୍ତୁ ପୁଣି ସେ ଦୁର୍ବଳ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here