Spread the love

ଭୁବନେଶ୍ୱର : ରାୟପୁରରେ ଓଡ଼ିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା ଘଟଣାରେ ମୃତାହତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ସେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ରାୟପୁର ଯିବାକୁ ଶ୍ରମମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଘଟଣାସମ୍ପର୍କରେ ଛତିଶଗଡ଼ ଡିଜିପିଙ୍କ ସହ ଯୋଗାଯୋଗରେ ରହିବାକୁ ଓଡିଶା ଡିଜିପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ଡିଜିପି ଅଭୟ ସୂଚନା ଦେଇ କହିଛନ୍ତି ଯେ, ଛତିଶଗଡ଼ର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ୭ ଜଣ ଚିକିତ୍ସା ରାୟପୁର ମେଡିକାଲରେ ଚାଲିଛି । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛିା ଅପରପକ୍ଷେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ରାୟପୁର ଗସ୍ତ କରୁଛି। ଆହତଙ୍କ ଚିକିତ୍ସା ଚାଲିଛି । ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଯିବ । ଛତିଶଗଡ଼ ସରକାରଙ୍କ ସହ କଥା ହୋଇଛି । ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ ତାଙ୍କୁ ଅନୁରୋଧ କରିଛୁ ।ସୂଚନାଯୋଗ୍ୟ ଯେ ଆଜି ସକାଳେ ଏକ ବସ ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିଲା । ତେବେ ଛତିଶଗଡ଼ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୦୯ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ ରାୟପୁର ଏସଏସପି ଅଜୟ ଯାଦବ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here