Spread the love

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭୂମିକମ୍ପ ନିରୋଧି ହେବ । ଏହାର ସ୍ଥାୟିତ୍ୱ ହଜାରେ ବର୍ଷ ହେବ । ଏହାର ଖୁମ୍ବ ସବୁ ବଡ଼ ବଡ଼ ନଦୀରେ ନିର୍ମିିତ ହୋଇଥିବା ପୋଲର ଖୁମ୍ବ ଭଳି ଖୁବ ଗଭୀରରୁ ନିର୍ମାଣ କରାଯିବ ବୋଲି ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି । ମନ୍ଦିର ନିର୍ମାଣ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମନ୍ଦିର ନକ୍ସାକୁ ଶୀଘ୍ର ଚୁଡ଼ାନ୍ତ କରାଯିବ । ସର୍ବନିମ୍ନ ହଜାରେ ବର୍ଷ ଭୂମିକମ୍ପ ସମ୍ଭାଳି ପାରିବା ଭଳି ନିର୍ମାଣ କରାଯିବ । ମନ୍ଦିର ଜମିକୁ ସମତଳ କଲା ବେଳେ ଯେଉଁ ସବୁ ସାମଗ୍ରୀ ଉଦ୍ଧାର କରାଯାଇଛି ତାହାକୁ ମନ୍ଦିର ବେଢ଼ାରେ ପ୍ରଦର୍ଶିତ କରାଯିବ । ମନ୍ଦିର ନିର୍ମାଣ ଦାୟିତ୍ୱ ଲାର୍ସନ ଆଣ୍ଡ ଟର୍ବୋକୁ ଦିଆଯାଇଛି । ଡିଜାଇନ ଶୀଘ୍ର ଚୁଡ଼ାନ୍ତ ହୋଇ ମଞ୍ଜୁରୀ ପାଇଁ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ । ଟ୍ରଷ୍ଟ ନିକଟରେ ବର୍ତ୍ତମାନ ୪୨ କୋଟି ଟଙ୍କା ଅଛି । ସାଧାରଣ ଲୋକ ଏକ ଟଙ୍କା ଠାରୁ ଆରମ୍ଭ କରି ୧ କୋଟି ପର୍ଯ୍ୟନ୍ତ ଦାନ ଦେଇଛନ୍ତି ବୋଲି ଚମ୍ପତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here