Spread the love

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ସେହିପରି ରିଭର୍ସ ରୋପା ରେଟ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରେପୋ ରେଟ ହେଉଛି ଯେଉଁ ସୁଧ ହାରରେ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ମାନଙ୍କୁ ଋଣ ଦେଇଥାଏ ଓ ରିଭର୍ସ ରେପୋ ରେଟ ହେଉଛି ଯେଉଁ ସୁଧ ହାରରେ ରିଜର୍ଭ ବ୍ୟାଙ୍କ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କରୁ ଋଣ ଆଣିଥାଏ । ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟିର ୩ ଦିନିଆ ବୈଠକ ପରେ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଉଭୟ ରେପୋ ରେଟକୁ ଅପରିବର୍ତ୍ତିତ ରହଖିବା ସହ ନିକଟ ଭବିଷ୍ୟତରେ ଏହାକୁ ବୃଦ୍ଧି ନକରିବାକୁ ମଧ୍ୟ କମିଟି ନିଷ୍ପତ୍ତି ନେଇଛି । ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ମୁଦ୍ରସ୍ଫୀତି ବୃଦ୍ଧି ପାଇବ । ତେବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ହ୍ରାସ ପାଇବ ।

LEAVE A REPLY

Please enter your comment!
Please enter your name here