Spread the love

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଏବେ ଖୁସି ଖବର । ବିନା ଇଣ୍ଟରନେଟ୍‌ କନେକ୍ସନରେ ହୋଇପାରିବ ଟଙ୍କା ଦବାନବା । ପାଇଲଟ ଯୋଜନା ମାଧ୍ୟମରେ ଡିଜିଟାଲ୍‌ ପେମେଣ୍ଟ କିମ୍ବା ଟ୍ରାଞ୍ଜାକ୍ସନରେ ଏବେ ରହିବନି ସମସ୍ୟା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ସୁବିଧା ଆରମ୍ଭ ହୋଇଛି । ରିଜର୍ଭ ବ୍ୟାଙ୍କ ଅଫଲାଇନ ଅର୍ଥାତ୍‌ ବିନା ଇଣ୍ଟରନେଟରେ କାର୍ଡ଼ ଏବଂ ମୋବାଇଲ୍‌ ଜରିଆରେ ଅଳ୍ପ ରାଶିର କାରବାର ପାଇଁ ଅନୁମତି ଦେଇଛି । ଥରକରେ ୨୦୦ଟଙ୍କା ଯାଏ କାରବାର ଅନୁମତି ମିଳିବ । କେନ୍ଦ୍ରୀୟ ବ୍ୟାଙ୍କର ଅଧିସୂଚନା ଅନୁସାରେ ପାଇଲଟ ଯୋଜନା ଅନୁସାରେ ବିନିଯୋଗ କାର୍ଡ଼, ୱାଲେଟ୍‌ କିମ୍ବା ମୋବାଇଲ୍‌ ଉପକରଣ କିମ୍ବା ଅନ୍ୟ ମାଧ୍ୟମରେ ଏହା କରାଯାଇପାରିବ । ଏଥିପାଇଁ କୌଣସି ଅନ୍ୟ ପ୍ରକାରର ଭେରିଫିକେସନର ଆବଶ୍ୟକତା ପଡ଼ିବ ନାହିଁ । ଏହି ପାଇଲଟ ଯୋଜନା ୨୦୨୧ମସିହା ମାର୍ଚ୍ଚ ୩୧ଯାଏ ଚାଲିବ ବୋଲି ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here