Spread the love

ଭୁବନେଶ୍ୱର : ୟୁଜିସି ନେଟ୍‍ ପରୀକ୍ଷା ଦେବାକୁ ଚାହୁଁ ଥିବା ପରୀକ୍ଷାର୍ଥୀ ଙ୍କ ପାଇଁ ଆଉ ଏକ ସୁଯୋଗ । ଉକ୍ତ ପରୀକ୍ଷା ପାଇଁ ଫର୍ମ ଆବେଦନ କରିପାରି ନଥିବା କିମ୍ବା ଅନ୍‍ଲାଇନ୍‍ ପ୍ରକ୍ରିୟାରେ ଫର୍ମ ଦାଖଲ କରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଅଛି। ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‍ଟିଏ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀ ଅଗଷ୍ଟ ୨୨ରୁ ସେପ୍ଟେମ୍ବର ୧୦ମଧ୍ୟରେ ୱେବସାଇଟ (www.csirnet.nta.nic.in)କୁ ଯାଇ ଫର୍ମ ଆବେଦନ କରିପାରିବେ। ଏନେଇ ଏନ୍‍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାର୍ଥୀ ୧୦ ସେପ୍ଟେମ୍ବର ଅପରାହ୍ନ ୫ଟା ମଧ୍ୟରେ ଫର୍ମ ଦାଖଲ କରିବା ସହିତ ସେହିଦିନ ରାତି ୧୧.୫୯ମିନିଟ୍‍ ସୁଦ୍ଧା ଫି. ଦାଖଲ କରିବାକୁ କୁହାଯାଇଛି। ସେପ୍ଟେମ୍ବର ୧୧ରୁ ୧୭ ତାରିଖ ମଧ୍ୟରେ ବିଦ୍ୟାର୍ଥୀ ତ୍ରୁଟି ସଂଶୋଧନ ଏବଂ ପରୀକ୍ଷା କେନ୍ଦ୍ର ସହରକୁ ପରିବର୍ତ୍ତନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here