Spread the love

ଭୁବନେଶ୍ୱର
ବରିଷ୍ଠ ଓଏଏସ୍ ଅଫିସରଙ୍କ ସ୍ତରରେ ବ୍ୟାପକ ବଡ଼ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଇସ୍ତାହାରରୁ ଏହା ଜଣାପଡିଛି । କୃଷି ଓ ଜଙ୍ଗଲ ଏବଂ ପରିବେଶ ବିଭାଗରେ ଅତିରିକ୍ତ ସଚିବ ମ୍ୟାରି ଲାକ୍ରାଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ, ଉତ୍କଳ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଦୟାନିଧି ନାୟକଙ୍କୁ କୃଷି ଓ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ପର୍ୟ୍ୟଟନ ବିଭାଗର ଅତିରିକ୍ତ ସଚିବ, ପିଆରଆଣ୍ଡଡିଡବ୍ଲୁ ବିଭାଗୀୟ ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗୀୟ ଅତିରିକ୍ତ ସଚିବ ମୋହନ ଚରଣ ଦାସଙ୍କୁ ମହିଳା ଓ ଶିଶୁବିଭାଗ ଏବଂ ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅତିରିକ୍ତ ସଚିବ ପ୍ରଭାତ କୁମାର ଭୋଇଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, କନ୍ଧମାଳ ପିଡି ଡିଆରଡିଏ ଦାୟିତ୍ୱରେ ଥିବା ବିଶ୍ୱନାଥ ବାରିକଙ୍କୁ ଲୋକାୟୁକ୍ତ ଓଡ଼ିଶାର ଅତିରିକ୍ତ ସଚିବ, କୃଷି, ଜଙ୍ଗଲ ଓ ପରିବେଶ ବିଭାଗୀୟ ଅତିରିକ୍ତ ସଚିବ ଡ. ଦୁରବାଦଲ ମେହେରଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ, ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜା ଦେବୀଙ୍କୁ ପିଏ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଭୁବନେଶ୍ୱର ଲୋକାୟୁକ୍ତ ଦପ୍ତରରେ ଅତିରିକ୍ତ ସଚିବ ଥିବା ତ୍ରିଲୋଚନ ମାଝିଙ୍କୁ ଆୟୁଷ ନିର୍ଦ୍ଦେଶକ, ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚନ୍ଦ୍ର ସ୍ୱାଇଁଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଯୁଗ୍ମ ସଚିବ ପୁରନ୍ଦର ଧଉରାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗୀୟ ଯୁଗ୍ମ ସଚିବ ଅନୀଲ କୁମାର ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଏହା ବ୍ୟତୀତ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡାଙ୍କୁ ଗୃହ ଓ ସହରାଞ୍ଚଳ ବିଭାଗୀୟ ଯୁଗ୍ମ ସଚିବ, ପର୍ୟ୍ୟଟନ ବିଭାଗୀୟ ଯୁଗ୍ମ ସଚିବ ଶୁଭ୍ରା ମହାନ୍ତିଙ୍କୁ ମହିଳା ଓ ଶିଶୁବିକାଶ ବିଭାଗୀୟ ଯୁଗ୍ମ ସଚିବ, ସୂଚନା ଓ ଜନସମ୍ପର୍କ ବିଭାଗୀୟ ସଚିବଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ସଂସ୍କୃତି ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଲିପ୍ସା ଦାସଙ୍କୁ ଶକ୍ତି ବିଭାଗ ଯୁଗ୍ମ ସଚିବ, ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକଙ୍କୁ କନ୍ଧମାଳ ପିଡି, ଡିଆରଡିଏର ଦାୟିତ୍ୱ ଦିଆଯାଇଛି । କଳାହାଣ୍ଡି ପିଡି ଡିଆରଡିଏ ପ୍ରଭାତ କୁମାର ମହାପାତ୍ରଙ୍କୁ ସିଇଓ ଦପ୍ତରରେ ଯୁଗ୍ମ ସିଇଓ, ପାନପୋଷ ସବ୍ କଲେକ୍ଟର ବିଶ୍ୱଜିତ ମହାପାତ୍ରଙ୍କୁ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ, ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବିଭାଗୀୟ ଉପ ସଚିବ ରେଣୁପ୍ରଭା ନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗୀୟ ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଯୁଗ୍ମ ସଚିବ ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ପିଏ ବିଭାଗୀୟ ଅତିରିକ୍ତ ଯୁଗ୍ମ ସଚିବ, କଟକ ଏଏସ୍ଏସ୍ଡି, ଆରଡିସି, ସିଡି ସହିତ ଅନ୍ୟାନ୍ୟ ଅତିରିକ୍ତ ଦାୟିତ୍ୱରେ ଥିବା ସୁମିତ୍ରା ସେନାପତିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଯୁଗ୍ମ ସଚିବ, ବରଗଡ଼ ପିଡି ଡିଆରଡିଏ ଦାୟିତ୍ୱରେ ଥିବା ଦଉଲତ ଚନ୍ଦ୍ରକାରଙ୍କୁ ପାନପୋଷର ସବ କଲେକ୍ଟର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଉପ ସଚିବ ରାଜେଶ କୁମାର ଅଗ୍ରୱାଲଙ୍କୁ ଏଲ୍ ଏଣ୍ଡ ଇଏସ୍ଆଇ ବିଭାଗୀୟ ଉପ ସଚିବ ଭାବେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here