Spread the love

ନୂଆଦିଲ୍ଲୀ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ନୂଆ ରେକର୍ଡ ପ୍ରତିଷ୍ଠା କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ୨୯ ୪୨୯ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧କୁ ବୃଦ୍ଧି ପାଇଥିବାବେଳେ ୨୪,୩୦୯ ଜଣ ଏଥିରେ ମୃତ୍ୟୁବରଣ କଲେଣି । ଏବେ ୩,୧୯,୮୪୦ଟି ମାମଲା ସକ୍ରିୟ ଥିବାବେଳେ ୫,୯୨,୦୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି ମହାରାଷ୍ଟ୍ରରେ ୨,୬୭,୬୬୫ ଆକ୍ରାନ୍ତ ଏବଂ ୧୦୬୯୫ ଜଣଙ୍କ ମୃତ୍ୟୁ, ତାମିଲନାଡୁରେ ୧,୪୭,୩୨୪ ଏବଂ ୨୦୯୯, ଦିଲ୍ଲୀରେ ୧୧୫୩୪୬ ଏବଂ ୩୪୪୬, କର୍ଣାଟକରେ ୪୪୦୭୭ ଏବଂ ୧୭୩୯୦, ଉତ୍ତରପ୍ରଦେଶରେ ୩୯୭୨୪ ଆକ୍ରାନ୍ତ ଏବଂ ୯୮୩ ଜଣଙ୍କ ମୃତ୍ୟୁ ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here