Spread the love

ନୂଆଦିଲ୍ଲୀ
ଭାରତରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭୭୨୬୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦୫୭ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୭୫୦୧ରେ ପହଞ୍ଚି ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୬୧୫୨୯ ଛୁଇଁଛି । ଏବେ ୭୪୨୦୨୩ଟି ମାମଲା ସକ୍ରିୟ ରହିଥିବାବେଳେ ୨୫୮୩୯୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହିତ ସୁସ୍ଥତା ହାର ୭୬.୨୮ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୬୦୧୭୭ ରୋଗୀ ଭଲ ହୋଇଛନ୍ତି । ଏବେ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୨୩୪୪୪ରେ, ତାମିଲନାଡୁରେ ୬୯୪୮, ଆନ୍ଧ୍ରରେ ୩୬୩୩, କର୍ଣାଟକରେ ୫୨୩୨, ଉତ୍ତରପ୍ରଦେଶରେ ୩୨୧୭, ଦିଲ୍ଲୀରେ ୪୩୬୯, ପଶ୍ଚିମବଙ୍ଗରେ ୩୦୧୭,ବିହାରରେ ୫୩୮ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here