Spread the love

ନୂଆଦିଲ୍ଲୀ: ଲାଗିରହିଥିବା କରୋନା ସଙ୍କଟ କମିବାର ନାଁ ନେଉନାହିଁ । କେବଳ ଦେଶ କାହିଁକି ବିଦେଶରେ ମଧ୍ୟ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳୁଛି । କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶରେ ନିୟମିତ ଟ୍ରେନ୍‌ ସେବାକୁ ବାତିଲ କରି ଦିଆଯାଇଛି । ଏ ନେଇ ସୋମବାର ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନ୍‌ ସେବାକୁ ବାତିଲ କରି ଦିଆଯାଇଥିବା ବେଳେ କେବଳ ସ୍ୱତନ୍ତ୍ର ଟ୍ରେନ୍‌ ଯାତାୟାତ କରିବା ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here