Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ସିବିଆଇ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି । ଏବେ ରିୟା ଚକ୍ରବର୍ତ୍ତୀ ସିବିଆଇ ନିକଟରେ ହାଜର ହେବା ଲାଗି ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି । ସେଠାରେ ସିବିଆଇ ଟିମ ରହିଛି । ଏହା ପୂର୍ବରୁ ଗତକାଲି ରିୟା ଏକ ସାକ୍ଷାତକାରରେ ନିଜ ବିରୋଧରେ ଲଗା ଯାଇଥିବା ଅଭିଯୋଗକୁ ଖାରଜ କରିଦେଇଥିଲେ । ସେ କହିଥିଲେ ଯେ ସେ କୌଣସି କର୍ମଚାରୀଙ୍କୁ କାମରେ ରଖିନଥିଲେ । ସାମୁଏଲ ମିରାଣ୍ଡାଙ୍କୁ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ରଖିଥିଲେ । ସେ ପୁଣି କହିଥିଲେ ଯେ ନିଜ ପିତାଙ୍କ ସହ ସୁଶାନ୍ତ ସେତେ ଘନିଷ୍ଠ ନଥିଲେ । ମାଆଙ୍କ ମୃତ୍ୟୁ ସୁଶାନ୍ତଙ୍କୁ ପ୍ରଭାବିତ କରିଥିଲା । ଆଜି ରିୟାଙ୍କ ପୂର୍ବରୁ ସାମୁଏଲ ମିରାଣ୍ଡା ଜେରା ପାଇଁ ସିବିଆଇ ରହିଥିବା ଡିଆରଡିଓ ଗେଷ୍ଟ ହାଉସରେ ରହିଥିଲେ । ଏବେ ତାଙ୍କୁ ସିବିଆଇ ଜେରା କରୁଛି ।

LEAVE A REPLY

Please enter your comment!
Please enter your name here