Spread the love

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମାଲା ଦିନକୁ ଦିନ ବେଶ ଜଟିଳ ହେବାରେ ଲାଗିଛି । ଏହି ମାମଲାରେ ଡ୍ରଗ୍ସ ଘଟଣା ସାମ୍ନାକୁ ଆସିବା ପରେ ନାରକୋଟିକ୍ସ ବ୍ୟୁରୋ ବୁଧବାର ଏକ ମାମଲା ଦାୟର କରିଛି । ଅନ୍ୟପକ୍ଷରେ ଅର୍ଥକାରବାରକୁ ନେଇ ପ୍ରବତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ସିଂହଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି । ରିୟା ଚକ୍ରବର୍ତ୍ତୀ ଏହି ଡ୍ରଗସ ମାମଲାରେ ସଂପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ପୂରାପୁରି ଖଣ୍ଡନ କରିଛନ୍ତି ରିୟାଙ୍କ ଓକିଲ। ସେ କହିଛନ୍ତି, ରିୟା ନିଜ ଜୀବନରେ କେବେ ବି ମାଦକ ଦ୍ରବ୍ୟର ସେବନ କରିନାହାନ୍ତି, ଏହାକୁ ନେଇ ସେ ଯେ କୌଣସି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି ।ଏହି ମାମଲାରେ ସିବିଆଇ ସମ୍ପୁର୍ଣ୍ଣ ଘଟଣାକୁ ନେଇ ଯାଞ୍ଚ କରୁଥିବା ବେଳେ, ଏନବିବି ମାଦକ ଦ୍ରବ୍ୟ ସେବନକୁ ନେଇ ଯାଞ୍ଚ କରୁଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ କାରବାରକୁ ନେଇ ଯାଞ୍ଚ କରୁଛି।

LEAVE A REPLY

Please enter your comment!
Please enter your name here