Spread the love

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠିନଥିବା ବେଳେ ଏବେ ଫେରାର ହୋଇଯାଇଥିବା ରିୟା ଚକ୍ରବର୍ତ୍ତି ଏକ ୨୦ ସେକେଣ୍ଡର ଭିଡିଓ ଜାରି କରିଛନ୍ତି । ଦୀର୍ଘ ଦିନର ନିରବତା ପରେ ଫେରାର ହୋଇଯାଇଥିବା ରିୟା ସୁଶାନ୍ତଙ୍କ ପରିବାର ଓ ମିଡିଆ ମିଳିତ ଭାବେ ତାଙ୍କୁ ବଦନାମ୍‌ କରିବା ପାଇଁ ପ୍ରୟାସ ଚଲାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚକ୍ରବର୍ତ୍ତିଙ୍କର ପୂର୍ବତ୍ତନ ବଡିଗାର୍ଡ ଯେଉଁ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ସ୍ପର୍ଶକାତର, ସଂପୃକ୍ତ ବଡିଗାର୍ଡ ଜଣକ ଦେଇଥିବା ବୟାନ ଅନୁଯାୟୀ ରିୟା ଚକ୍ରବର୍ତ୍ତି ସୁଶାନ୍ତଙ୍କୁ ନିଜର ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ । ସୁଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ହଠାତ୍‌ ଗାୟବ ହୋଇଯାଇଥିବା ରିୟା ଏବେ ମୁହଁ ଖୋଲିବା ପରେ ବହୁ ରହସ୍ୟ ପଦାକୁ ଆସୁଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଆଜି ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ (ଇ.ଡି) ପକ୍ଷରୁ ପି.ଏମ.ଏଲ୍‌.ଏ କେସ୍‌ ଦାୟର କରାଯାଇଛି । ଇ.ଡି ପକ୍ଷରୁ ଏହି ମକଦ୍ଦମା ଦାୟର କରାଯିବା ପରେ ରିୟା ହଠାତ୍‌ ଏକ ଭିଡିଓ ବାର୍ତ୍ଥା ଜାରି କରିଛନ୍ତି, ଯେଉଁଥିରେ ସେ ଦର୍ଶାଉଛନ୍ତି ଯେ ତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ । ଅନ୍ୟପକ୍ଷରେ ବିହାର ର ଡିଜି ଆଉ ଏକ ସଂଘାତିକ ଅଭିଯୋଗ ଅଣିଛନ୍ତି, ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ବିହାର ପୋଲିସକୁ ସହଯୋଗ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇ ଜଣ ରାଜନେତାଙ୍କ ସଂପୃକ୍ତି ମଧ୍ୟ ଘଟଣାକୁ ଆହୁରି ଜଟିଳ କରିଦେଇଛି । ରିୟା ଏବେ ଜଣେ ବଲିଓଡର ପ୍ରଖ୍ୟାତ କଳାକାରଙ୍କ ଘରେ ଲୁଚିଥିବା ସଂଦେହ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here