Spread the love

ମୁମ୍ବାଇ:ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟସଆପ ଚାଟରୁ ମିଳିଛି ଏକ ଗୁରୁତ୍ବପୂର୍ଣ୍ଣ ଖବର । ରିୟା ଚକ୍ରବର୍ତ୍ତୀ ଡ୍ରଗସ ମାଫିଆଙ୍କ ସଂପ୍ପର୍ଶରେ ଥିବା ତାଙ୍କ ହ୍ବାଟସଆପ ଚାଟରୁ ଜଣାପଡିଛି ।ଏନେଇ ଆଜି ଏକ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି । ଏହାସହ ରିୟା ଜୟା ନାମକ ଜଣେ ମହିଳାଙ୍କୁ ଡ୍ରଗସ ଆଣିବାକୁ କହିଥିବା ଚାଟରେ ଉଲ୍ଲେଖ ରହିଛି ।କେବଳ ଚାଟ ନୁହେଁ ବରଂ ବାରମ୍ବାର ଫୋନ କରି ମହିଳା ଜଣଙ୍କ ସହ କଥା ହୋଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଏହି ତଥ୍ୟ ଜଣାପଡିବା ପରେ ନାରକୋଟିକ ବିଭାଗ ଏବେ ଘଟଣାର ତଦନ୍ତ କରିବ ବୋଲି ଜଣାପଡିଛି । ତେବେ ଗତ ଦୁଇ ଦିନ ତଳେ ସୁଶାନ୍ତ ଡ୍ରଗସ ମାଫିଆଙ୍କ ସଂପ୍ପର୍ଶରେ ଥିବା ଜଣା ପଡିଥିଲା । ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ପ୍ରତେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

LEAVE A REPLY

Please enter your comment!
Please enter your name here