Spread the love

ନୂଆଦିଲ୍ଲୀ : ଦେଶର ନୂଆ ନିର୍ବାଚନ କମିଶନର ଭାବେ ପୂର୍ବତନ ବରିଷ୍ଠ ପ୍ରଶାସକ ରାଜୀଭ କୁମାର ମଙ୍ଗଳବାର ଦାୟିତ୍ୱ ନେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବତନ ନିର୍ବାଚୟ କମିଶନର ଅଶୋକ ଲାଭାସା ନିକଟରେ ଏସିଆନ ଡେ଼ଭଲପମେଣ୍ଟ ବ୍ୟାଙ୍କର ଭାଇସ ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ପାଇବା ପରେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଆଜି ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେବା ପରେ ରାଜୀଭ କୁମାରଙ୍କୁ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ସଂପ୍ରତି କୋଭିଡ଼ ମହାମାରୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ନିକଟ ଭବିଷ୍ୟତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ପରିଚାଳନା କରିବା ତାଙ୍କ ଲାଗି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here