Spread the love

ନୂଆଦିଲ୍ଲୀ : ଆଜି କରୋନା ଅପଡେଟ ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ପ୍ରେସମିଟ ଆୟୋଜିତ କରାଯାଇଛି ।ଏହି ପ୍ରେସମିଟରେ ସଠିକ ଟ୍ରେସିଂ ଓ ଟେଷ୍ଟି ଉପରେ ସ୍ବାସ୍ଥ୍ଯ ସଚିବ ରାଜେଶ ଭୂଷଣ ଗୁରୁତ୍ବ ଦେଇଛନ୍ତି । ତୁରନ୍ତ ରେଜଲ୍ଟ ପାଇଁ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଉଛି ।ଅନେକ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ଆସୁଛି । ଲକ୍ଷଣଯୁକ୍ତ ଆଣ୍ଟିଜେନ ନେଗେଟିଭ ବ୍ୟକ୍ତିଙ୍କ ପୁନଃ ଟେଷ୍ଟ କରାଯିବା ଜରୁରୀ ।ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିଙ୍କ ଆରଟି ଓ ପିସିଆର ଟେଷ୍ଟ କରାଯିବା ଜରୁରୀ । ନହେଲେ ସଂପୃକ୍ତ ବ୍ୟକ୍ତି ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ଭୂଷଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here